ଅନିବାର୍ଯ୍ୟ ପ୍ରାର୍ଥନାବଳୀ (#15614)

*ଦୈନିକ ଅନିବାର୍ଯ୍ୟ ପ୍ରାର୍ଥନା ତିନି ପ୍ରକାର । ଏହି ତିନିପ୍ରକାର ପ୍ରାର୍ଥନାରୁ ଯେ କୌଣସି ଗୋଟିଏ ପ୍ରାର୍ଥନାକୁ ବାଛିବା ପାଇଁ ବିଶ୍ୱାସୀକୁ ସ୍ୱାଧୀନତା ମିଳିଛି, କିନ୍ତୁ ସେଗୁଡ଼ିକ ମଧ୍ୟରୁ ଯେକୌଣସି ଗୋଟିଏ ପ୍ରାର୍ଥନାକୁ ଆବୃି କରିବାର ଅନିବାର୍ଯ୍ୟ ଅଧୀନରେ ରହିଛି । ତଥା କୌଣସି ନିର୍ଦ୍ଧାରିତ ଗତିବିଧି ଅନୁଯାୟୀ ସେଗୁଡ଼ିକୁ ଯଥାରୀତିରେ ଉପଚାର କରାଯାଇପାରେ । 

କ୍ଷୁଦ୍ର ଅନିବାର୍ଯ୍ୟ ପ୍ରାର୍ଥନା

*ପ୍ରତି ଚବିଶ ଘାରେ ଥରେ, ମଧ୍ୟାହ୍ନ ସମୟରେ ଆବୃି କରାଯିବା ଉଚିତ ।

ହେ ମୋର ଈଶ୍ୱର ! ମୁଁ ସ୍ୱୀକାର କରୁଛି ଯେ, ତୁମକୁ ଜାଣିବା ପାଇଁ ଓ ତୁମର ଉପାସନା କରିବା ପାଇଁ ତୁମେ ମୋତେ ସୃଷ୍ଟି କରିଛ । ମୁଁ ଏହି ମୁର୍ହୂରେ ମୋର ଶକ୍ତିହୀନତା ଓ ତୁମର ଶକ୍ତିମା, ମୋର ଦୈନ୍ୟ ଓ ତୁମର ସମ୍ପଦର ପ୍ରମାଣ ଦେଉଛି । 

ତୁମ ବ୍ୟତୀତ ଅନ୍ୟ କୌଣସି ଈଶ୍ୱର ନାହାଁନ୍ତି, ତୁମେ ହିଁ ଭୟାନକ ସଂକଟରେ ସହାୟ ଓ ସ୍ୱ-ନିର୍ଭର ।

-Bahá'u'lláh
-----------------------

